ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ ଆଜି ଶେଷ ଦିନ, କାଲି ଶପଥ ନେବେ ମୁର୍ମୁ | News Room Odisha

ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ ଆଜି ଶେଷ ଦିନ, କାଲି ଶପଥ ନେବେ ମୁର୍ମୁ

ନୂଆଦିଲ୍ଲୀ – ଆଜି ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଆଜି ସଂଧ୍ୟା ୭ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ବିଦାୟୀ ରାଷ୍ଟ୍ରପତି । ଗତକାଲି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂସଦର ସେଂଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଉଭୟ ଗୃହ ର ସଦସ୍ୟ ଏବଂ ବିଶେଷ ଅତିଥିମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରାମନାଥ କୋବିନ୍ଦ । ମତଭେଦକୁ ଭୁଲି ଦେଶର ସ୍ୱାର୍ଥରେ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି କୋବିନ୍ଦ । ଏଥିସହ ସେ ପାଂଚ ବର୍ଷର ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ।