ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ | News Room Odisha

ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଉପରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୧୧ ନୂଆ ପଜିଟିଭ । ସଙ୍ଗରୋଧରୁ ୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୪୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୩୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୯, ସୁନ୍ଦରଗଡ଼ରୁ ୧୮୦, ସମ୍ବଲପୁରରୁ ୧୦୫, କଟକରୁ ୮୧ ଓ ମୟୂରଭଞ୍ଜରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ଵରରୁ ୧୫, ବରଗଡ଼ରୁ ୧୮, ଭଦ୍ରକରୁ ୬, ବଲାଙ୍ଗୀରରୁ ୨୫, ବୈ।ଦ୍ଧରୁ ୧୨, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ ୯, ଯାଜପୁରରୁ ୨୨, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୩, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୨, କୋରାପୁଟରୁ ୫, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୮, ପୁରୀରୁ ୧୩, ରାୟଗଡ଼ାରୁ ୫, ସୋନପୁରରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୪୨ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୭ ହଜାର ୪୪୦ ସକ୍ରିୟ ମାମଲା ରହିଛି।