ଦୂଇ ଜାତୀୟ ରାଜପଥର ନିର୍ମାଣ ତୁରନ୍ତ ସାରିବାକୁ ବିଜେଡି ଦେଲା ସ୍ମାରକପତ୍ର | News Room Odisha

ଦୂଇ ଜାତୀୟ ରାଜପଥର ନିର୍ମାଣ ତୁରନ୍ତ ସାରିବାକୁ ବିଜେଡି ଦେଲା ସ୍ମାରକପତ୍ର

ସମ୍ବଲପୁର:- ସମ୍ବଲପୁର ଅନଗୁଳ ଏବଂ ସମ୍ବଲପୁର ଦେବଗଡ଼ ଜାତୀୟ ରାଜପଥ ର ଦୁରାବସ୍ଥା ଦୂର କରିବା ସହିତ ନିର୍ମାଣ କାର୍ଯ୍ଯ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି l

ବିଜୁ ଜନତା ଦଳ ରାଜ୍ଯ ଯୁଗ୍ମ ସମ୍ପାଦକ ସଞ୍ଜିତ୍ ମହାନ୍ତି ଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ଵର ରାଓ, ପ୍ରକଳ୍ପ ଯନ୍ତ୍ରୀ ଚନ୍ଦନ କୁମାର ଙ୍କ ସହ ବିଭିନ୍ନ ଦାବୀ ଇପରେ ଆଲୋକପାତ କରାଯାଇଥିଲା l ବିଶେଷ ଭାବରେ ବର୍ତ୍ତମାନ ସମ୍ବଲପୁର ଅନଗୁଳ ଜାତୀୟ ରାଜପଥ ର ଦୁରାବସ୍ଥା ବିଭିନ୍ନ ଦୁର୍ଘଟଣା ର କାରଣ ହେଉଥିବା ବେଳେ ଅନେକ ଜୀବନ୍ ହାନି ର କାରଣ ହେଉଥିବା ବେଳେ ବୁର୍ଲା ରୁ କଟକ, ଭୁବନେଶ୍ଵର କୁ ଚିକିତ୍ସା ପାଇଁ ଯାଉଥିବା ହୃଦ୍ ରୋଗୀ ଏବଂ ଅତି ସଙ୍କଟରେ ଥିବା ରୋଗୀ ଙ୍କ ପାଇଁ ଏହି ଜାତୀୟ ରାଜପଥ ମୃତ୍ୟୁ ପଥ ପଲାଟି ଥିବା କୁ ନିନ୍ଦା କରାଯାଇଛି l ସମ୍ବଲପୁର ଦେବଗଡ଼ ରାସ୍ତା ନିର୍ମାଣ ନ ସରୁ ଣୁ ପଡିଆ ବାହାଲ ଠାରେ ଟୋଲ ଗେଟ ନିର୍ମାଣ କୁ ବିରୋଧ କରିବା ସହ ରାସ୍ତା ନିର୍ମାଣ ପରେ ଟୋଲ ଗେଟ ଆରମ୍ଭ ପାଇଁ ପ୍ରସ୍ତାବ ଦିଆଯାଇଛି l ସମ୍ବଲପୁର ଅଇଁଠାପାଲି ଠାରେ ଓଭର ବ୍ରିଜ୍ ନିର୍ମାଣ ପ୍ରସ୍ତାବ କୁ ଅତିଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଦାବୀ କରାଯାଇଛି l ଜାତୀୟ ରାଜପଥ ରେ ଏନ୍ ଏଚ୍ ଆଇ ପକ୍ଷରୁ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା ପାଇଁ ମଧ୍ୟ ଦାବି କରାଯାଇଛି l
ଗାୟତ୍ରୀ କମ୍ପାନୀ ପକ୍ଷରୁ କରାଯାଇଥିବା ନିର୍ମାଣ କାର୍ଯ୍ୟକୁ ବାତିଲ କରି ଅଗ୍ରୱାଲ ଇନଫ୍ରା କୁ ଦିଆଯାଇଥିବା ଏବଂ ନିର୍ମାଣ କାର୍ଯ୍ୟ କୁ ଶୀଘ୍ର ତ୍ବରାନ୍ନିତ କରିବା ପାଇଁ ନିର୍ଦେଶକ ପ୍ରତିଶୁତି ପ୍ରଦାନ କରିଛନ୍ତି l

ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ହିଣ୍ଡାଲକୋ ଶ୍ରମିକ ସଂଘ ସଭାପତି ମହମ୍ମଦ୍ ମୃତ୍ୟୁଯl, ଛାତ୍ର ବିଜେଡ଼ି ଜୋନ ସଭାପତି ମିଲନ ହୋତା, ଯୁବ ବିଜେଡ଼ି ଜିଲ୍ଲା ଉପସଭାପତି ଅନୁଜ ଜେନା, ଛାତ୍ର ବିଜେଡ଼ି ଉପସଭାପତି ସୁମିତ ପଟେଲ, ଜୋନ ଉପସଭାପତି ଦେବ ଜ୍ୟୋତି ପଟ୍ଟନାୟକ, ଯୁବ ବିଜେଡ଼ି ନେତା ପ୍ରବିଣ ବେହେରା, ନିରାକାର ପ୍ରଧାନ, ଜିଲ୍ଲା ସମ୍ପାଦକ ଚୁମନ ପ୍ରଧାନ, ସମ୍ପାଦକ ଧୀରଜ ଯାଦବ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ର ନେତା ନିରୋଜ ସେଠି, ସୁଧାଂଶୁ ମହାନ୍ତି, ସିଦ୍ଧାନ୍ତ ସାହୁ, ମୁକେଶ ସା, ତପନ ମାଝୀ, ମେଘାଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l