ଓଡ଼ିଶା ହାଇକୋର୍ଟର ବିଚାରପତି ପଦ ପାଇଁ ତିନିଜଣଙ୍କ ନାଁ ସୁପାରିଶ | News Room Odisha

ଓଡ଼ିଶା ହାଇକୋର୍ଟର ବିଚାରପତି ପଦ ପାଇଁ ତିନିଜଣଙ୍କ ନାଁ ସୁପାରିଶ

କଟକ – ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ଦୁଇ ଜଣ ବିଚାର ବିଭାଗୀୟ ଅଧିକାରୀ ଓ ଜଣେ ଆଇନଜୀବୀଙ୍କ ନାମକୁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ତଥା ଓଡ଼ିଶା ଜୁଡିସିଆଲ ଏକାଡ଼େମୀର ନିର୍ଦ୍ଦେଶକ ଗୌରୀଶଙ୍କର ଶତପଥୀ ଏବଂ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଚିତ୍ତରଞ୍ଜନ ଦାଶଙ୍କ ନାମକୁ ସୁପାରିସ କରାଯାଇଛି। ବରିଷ୍ଠ ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାମକୁ ମଧ୍ୟ ବିଚାରପତି ପାଇଁ ସୁପାରିସ କରିଛନ୍ତି କଲେଜିୟମ। କେନ୍ଦ୍ର ସରକାର କଲେଜିୟମ ସୁପାରିଶକୁ ଅନୁମୋଦନ କଲେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବ।