ରାଜ୍ୟରେ ତଳମୁହା‍ଁ କୋରୋନା ଗ୍ରାଫ‌: ୬୬୨ ନୂଆ ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ତଳମୁହା‍ଁ କୋରୋନା ଗ୍ରାଫ‌: ୬୬୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ହଜାରେ ତଳେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୮୭ ଜଣ ସଙ୍ଗରୋଧରୁ ୨୭୫ ଜଣ ପଜିଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦୪ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ରାଜ୍ୟର ୨୭ଟି ଜିଲ୍ଲାରୁ ୭୩୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାକି ତିନିଟି ଜିଲ୍ଲାରେ କୋରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ବର ଜିଲ୍ଲାରୁ ୪ ଜଣ, ବରଗଡ଼ରୁ ୧୨, ଭଦ୍ରକରୁ ୧୩, ବଲାଙ୍ଗୀରରୁ ୯, ବୌଦ୍ଧରୁ ୪ , କଟକରୁ ୩୮ , ଦେବଗଡ଼ରୁ ୫ , ଗଜପତିରୁ ୫ , ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୧ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୪ , କଳାହାଣ୍ଡି ଜିଲ୍ଲାରୁ ୧୨ , କନ୍ଧମାଳରୁ ୯ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ , ଖୋର୍ଦ୍ଧା ଜିଲ୍ଲାରୁ ୧୫୨, କୋରାପୁଟ ଜିଲ୍ଲାରୁ ୧୫ , ମୟୂରଭଞ୍ଜରୁ ୭୮ , ନବରଙ୍ଗପୁରରୁ ୬, ନୟାଗଡ଼ ଜିଲ୍ଲାରୁ ୧୨ , ନୂଆପଡ଼ାରୁ ୧୧ , ପୁରୀରୁ ୬ , ରାୟଗଡ଼ାରୁ ୧୧ , ସମ୍ବଲପୁରରୁ ୪୮ , ସୋନପୁରରୁ ୧୩ , ସୁନ୍ଦରଗଡ଼ରୁ ୧୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ୭୦୫୪ ସକ୍ରିୟ ମାମଲା ରହିଛି।