ବ୍ୟବସାୟୀଙ୍କୁ ହାଣି ଲକ୍ଷାଧିକ ଟଙ୍କା ଲୁଟ | News Room Odisha

ବ୍ୟବସାୟୀଙ୍କୁ ହାଣି ଲକ୍ଷାଧିକ ଟଙ୍କା ଲୁଟ

ବାଲେଶ୍ବର – ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ତାଙ୍କଠାରୁ ଏକ ଲକ୍ଷ ଅଶୀ ହଜାର ଟଙ୍କା ଲୁଟ । ବସ୍ତା ଥାନା ମଥାନୀ ଜାତୀୟ ରାଜପଥ ଗଳା ପୋଲ ନିକଟରୁ ଆଜି ସକାଳ ୭ଟା ବେଳେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ବ୍ୟବସାୟୀ ପଞ୍ଚାନନ ମହାନ୍ତି ତେଜରାତି ଦୋକାନ ପାଇଁ ଜଳେଶ୍ଵରକୁ ସଉଦା ପତ୍ର କିଣିବା ପାଇଁ ବାହାରିଥିଲେ। ତାଙ୍କୁ ଲୁଟିବା ପାଇଁ ପୂର୍ବରୁ ଜାଲ ବିଛାଇଥିଲେ ଦୁର୍ବୃତ୍ତ। ସଶସ୍ତ୍ର ଡକାୟତମାନେ ତାଙ୍କୁ ପ୍ରଥମେ ଅଟକାଇ ଭୁଜାଲି ଦେଖାଇ ଟଙ୍କା ବାହାର କରିବାକୁ କହିଥିଲେ। ବ୍ୟବସାୟୀଜଣକ ବିରୋଧ କରିବାରୁ ଉପସ୍ଥିତ ଚାରିଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ପଞ୍ଚାନନଙ୍କଠାରୁ ନଗଦ ଏକ ଲକ୍ଷ ଅଶୀ ହଜାର ଟଙ୍କା ନେଇଯାଇଥିଲେ। ଭୁଜାଲି ଆକ୍ରମଣରେ ପଞ୍ଚାନନ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନେଇଥିଲେ ।