ଦିଗପହଣ୍ଡିରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ବାଂଲାଦେଶୀ ନାଗରିକ ଗିରଫ | News Room Odisha

ଦିଗପହଣ୍ଡିରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ବାଂଲାଦେଶୀ ନାଗରିକ ଗିରଫ

ବ୍ରହ୍ମପୁର – ଓଡ଼ିଶାରୁ ଗଂଜେଇ ବିଦେଶକୁ ମଧ୍ୟ ଚୋରା ଚାଲାଣ ହେବା ସାମ୍ନାକୁ ଆସିଛି । ବିଦେଶୀ ନାଗରିକମାନେ ଆସି ଓଡ଼ିଶାର ଉପାନ୍ତ ଅଞ୍ଚଳରୁ ଗ‌ଂଜେଇ ନେଇ ଚାଲିଯାଉଛନ୍ତି। ଆଜି ଅବକାରୀ ଗୁଇନ୍ଦା ସ୍କ୍ବାଡ ଏଭଳି ଏକ ରାକେଟ୍‌ର ପର୍ଦ୍ଦାଫାସ କରି ଅବକାରୀ ୨ ଜଣ ବାଂଲାଦେଶୀ ନାଗରିକଙ୍କୁ ଧରିଛି ।

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗର ଅଧିକାରୀମାନେ ଗଂଜେଇ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ। ଗଂଜାମ ଜିଲ୍ଲା ଦିଗପହଣ୍ଡିରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ୨ ଜଣ ବାଂଲାଦେଶୀ ଧରାପଡ଼ି ଯାଇଥିଲେ। ୧୬ ନମ୍ବର ଜାତୀୟ ରାଜପଥର ରଘୁନାଥପୁର ଛକରେ ଅବକାରୀ ଗୁଇନ୍ଦା ସ୍କ୍ୱାଡ ସେମାନଙ୍କୁ ଧରାଥିଲା । ଚଢ଼ଉ ସମୟରେ ୨୧ କିଲୋ ଗଞ୍ଜେଇ ଜବତ ହୋଇଥିଲା। ହେଲେ ୨ ବାଂଲାଦେଶୀ ନାଗରିକ କେଉଁଠାରୁ ଗଂଜେଇ ଆଣିଥିଲେ ତାହା ଜଣାପଡ଼ି ନାହିଁ। ସେପଟେ ଜଣଙ୍କ ପାଖରେ ପାସ୍‌ପୋର୍ଟ ନ ଥିବା ଜଣାପଡ଼ିଛି।