ରାଜ୍ୟରେ ପୁଣି ହଜାରେ ଉପରେ ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ବର – ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ହଜାରରୁ ଅଧିକ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୧୭୪ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୮୮ ଜଣ ସଙ୍ଗରୋଧରୁ ଓ ୪୮୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୫୫ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୬ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨୬୧, ସମ୍ବଲପୁରରୁ ୮୯, ମୟୂରଭଞ୍ଜରୁ ୮୭, କଟକରୁ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ବର ଜିଲ୍ଲାରୁ ୧୬ , ବରଗଡ଼ରୁ ୨୩, ଭଦ୍ରକରୁ ୭ , ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୪ , କଟକରୁ ୬୩, ଦେବଗଡ଼ରୁ ୯ , ଢେଙ୍କାନାଳରୁ ୫, ଗଜପତିରୁ ୫ , ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧ , ଯାଜପୁରରୁ ୧୬ , ଝାରସୁଗୁଡ଼ାରୁ ୧୩ , କଳାହାଣ୍ଡି ଜିଲ୍ଲାରୁ ୧୯, କନ୍ଧମାଳରୁ ୨୮ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ , କେଉଁଝରରୁ ୧୦, କୋରାପୁଟ ଜିଲ୍ଲାରୁ ୧୬ , ମାଲକାନଗିରରୁ ୧, ନବରଙ୍ଗପୁରରୁ ୧୬ , ନୟାଗଡ଼ ଜିଲ୍ଲାରୁ ୨୫, ନୂଆପଡ଼ାରୁ ୯ , ପୁରୀରୁ ୮ , ରାୟଗଡ଼ାରୁ ୧୨ ,ସୋନପୁରରୁ ୧୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୭୦୧୧ ସକ୍ରିୟ ମାମଲା ଅଛି ।

Comments are closed.