ଭୁବନେଶ୍ୱର -ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂହ। ଜଣେ କର୍ମଚାରୀଙ୍କ ବଦଳି ଅର୍ଡର ବାତିଲ କରିବା ସହ ନିଜ ପସନ୍ଦର ଅନ୍ୟ ଜାଗାକୁ ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଡିଇଓଙ୍କୁ ମାଡି ବସିଥିଲା । ଏହା ପରେ ଡିଇଓଙ୍କ ୪ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।