ସାପ କାମୁଡ଼ାରେ ମା' ପୁଅ ମୃତ | News Room Odisha

ସାପ କାମୁଡ଼ାରେ ମା’ ପୁଅ ମୃତ

ବରଗଡ଼ ୨୭/୦୭: ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲିରେ ସାପ କାମୁଡାରେ ମା’ ପୁଅର ମୃତ୍ୟୁ ଘଟିଛି । ମୃତକ ଦ୍ବୟ ହେଲେ କ୍ଷୀରୋଦ୍ର ପଧାନଙ୍କ ପତ୍ନୀ ସୁନାତା ପଧାନ (୩୬) ଓ ନାବାଳକ ପୁଅ ପୀୟୂଷ (୭)।

ସୂଚନା ଅନୁସାରେ ଗତକାଲି ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ଉଭୟଙ୍କୁ କାମୁଡ଼ି ଦେଇଥିଲା । ଫଳରେ ପରିବାର ଲୋକେ ରାତି ୩ ଟା ରେ ବରଗଡ ଏବଂ ପରେ ବୁର୍ଲା ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି ।