ରାଜ୍ୟରେ ୧ ହଜାର ୩୦ ନୂଆ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ୧ ହଜାର ୩୦ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୩୦ ପଜିଟିଭ । ଏମାନଙ୍କ ମଧ୍ୟରେ
୧୭୯ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି । ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ଅଞ୍ଚଳରୁ ୪୨୭ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୭, ଖୋର୍ଦ୍ଧାରୁ ୧୬୪, ମୟୂରଭଞ୍ଜରୁ ୧୧୦, ସମ୍ବଲପୁରରୁ ୭୭, କଟକରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୩୯, ବଲାଙ୍ଗୀରରୁ ୩୬, କଳାହାଣ୍ଡିରୁ ୨୬, ବାଲେଶ୍ଵରରୁ ୨୩, ବରଗଡରୁ ୨୨, ଝାରସୁଗୁଡ଼ାରୁ ୨୧, ନୟାଗଡ଼ରୁ ୨୦, ଯାଜପୁରରୁ ୧୯, ରାୟଗଡ଼ାରୁ୧୮, କେନ୍ଦ୍ରାପଡ଼ାରୁ ୧୭, କୋରାପୁଟରୁ ୧୭, କେନ୍ଦୁଝରରୁ ୧୩, ବୈ।ଦ୍ଧରୁ ୧୨ ନୂଆପଡାରୁ ୧୧, ଭଦ୍ରକରୁ ୧୧, ପୁରୀରୁ ୧୦, ଦେବଗଡରୁ ୯, ଗଜପତିରୁ ୭, ଜଗତସିଂହପୁରରୁ ୭, ଅନୁଗୁଳରୁ ୩, ଢେଙ୍କାନାଳରୁ ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛି ୩୯ ମାମଲା ।

ରାଜ୍ୟରେ ଏବେ ୬ ହଜାର ୯୭୪ ସକ୍ରିୟ ମାମଲା ରହିଛି।