ଭୁବନେଶ୍ୱର – ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦୈନିକ ହାରାହାରି ୧୪ ଜଣଙ୍କ ମୃତ୍ୟୁ ହେଉଛି । ଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୨୫ ହଜାର ୨୫୭ ଜଣଙ୍କ ଜୀବନ ଯାଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୨୦୧୭ରେ ୪୭୯୦, ୨୦୧୮ରେ ୫୩୧୫, ୨୦୧୯ରେ ୫୩୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୪୭୩୮ ଏବଂ ୨୦୨୧ରେ ୫୦୮୧ ଜଣଙ୍କ ମୃତ୍ୟୁ ଘଟିଛି ।
ଗତ ୫ ବର୍ଷରେ ଦୁର୍ଘଟଣାରେ ଆହତ ହୋଇଛନ୍ତି ୫୨ ହଜାର ୭୬୯ ବ୍ୟକ୍ତି । ଏହି ୫ ବର୍ଷରେ ଅଜଣା ଗାଡ଼ି ଧକ୍କାରେ ୪ହଜାର ୯୪୭ ଜଣ ପ୍ରାଣ ହରାଇଛନ୍ତି ।
ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।