ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ | News Room Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅଗଷ୍ଟ ୭ତାରିଖରେ ହେବାକୁ ଥିବା ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ପାଇଁ ମୁଖ୍ୟମନ୍ତ୍ରୀକୁ ଆମନ୍ତ୍ରଣ କରିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ । ଏହି ଅବସରରେ ଓଡିଶାର ବିକାଶ ଓ ଆବଶ୍ୟକତା ସଂପର୍କରେ ସୁମନ ବେରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁମନ ବେରୀଙ୍କ ସହ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି .କେ ପଲ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରେଲୱେ, ଟେଲିକମ ଓ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ନେଇ ଓଡ଼ିଶାର ଦୀର୍ଘଦିନର ଦାବି ସହ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଭି.କେ ପଲଙ୍କ ସହ ଆଲୋଚନା କରିଛନ୍ତି।