ପାତ୍ରପୁର: ଅଟୋ ଓଲଟି ୧୦ ଛାତ୍ରଛାତ୍ରୀ ଆହତ | News Room Odisha

ପାତ୍ରପୁର: ଅଟୋ ଓଲଟି ୧୦ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର: ଶନିବାର ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଏକ ଅଟୋ ଦୁର୍ଘଟଣା ଘଟି ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପାତ୍ରପୁର ବ୍ଲକ୍ ବାଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ଅଟୋ ସହ ଏକ ବାଇକ୍ ଧକ୍କା ଦେଇଥିଲା। ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରାବଣୀ ପ୍ରଧାନ (୧୪) ନାମକ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ବେକ ଓ ଅଣ୍ଟାରେ ଆଘାତ ଲାଗିଛି। ଅନ୍ୟମାନଙ୍କୁ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚି ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସେହିପରି ଦୁର୍ଘଟଣାଗ୍ରସ୍ତ ବାଇକ୍ ଚାଳକ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।