ମଙ୍କିପକ୍ସ ନେଇ ଉଚ୍ଚସ୍ତରୀୟ ବୈଠକ, ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ | News Room Odisha

ମଙ୍କିପକ୍ସ ନେଇ ଉଚ୍ଚସ୍ତରୀୟ ବୈଠକ, ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର – ଦେଶର ବିଭିନ୍ନ ସ୍ଥାନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଏନେଇ ସତର୍କ ଅଛନ୍ତି। ମଙ୍କିପକ୍ସକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ମଙ୍କିପକ୍ସ ଟେଷ୍ଟ ପାଇଁ କେନ୍ଦ୍ରକୁ କୁହାଯିବ। ଜିଲ୍ଲା ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଥିବା ସେ ସୂଚନା ଦେଇଛନ୍ତି।