ଉପରମୁଣ୍ଡରେ ବର୍ଷା ଠପ୍, ହୀରାକୁଦର ସମସ୍ତ ଗେଟ୍ ବନ୍ଦ | News Room Odisha

ଉପରମୁଣ୍ଡରେ ବର୍ଷା ଠପ୍, ହୀରାକୁଦର ସମସ୍ତ ଗେଟ୍ ବନ୍ଦ

ସମ୍ବଲପୁର: ମୌସୁମୀ ଲୁଚକାଳି ଖେଳୁଛି। ବେଶ୍ କିଛିଦିନ ହେଲା ବର୍ଷା ଉଭାନ ମାରିଲାଣି। ଫଳରେ ଛତିଶଗଡ ପଟରୁ ଜଳପ୍ରବାହର ମାତ୍ରା ହ୍ରାସ ପାଇବାରୁ କର୍ତ୍ତୃପକ୍ଷ ଆଜି ସମସ୍ତ ଗେଟ୍ ବନ୍ଦ କରିବାକୁ ବାଧ୍ଯ ହୋଇଛନ୍ତି।

ଚଳିତ ବର୍ଷ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଗତ ୧୮ ତାରିଖରେ କରାଯାଇଥିଲା। ସେଦିନ ୫ଟି ଗେଟ୍ ଖୋଲାଯାଇଥିଲା। ପରେ ଜଳପ୍ରବାହ ବୃଦ୍ଧି ପାଇବାରୁ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ହେଲେ ୨୩ ତାରିଖରୁ ୭ଟିକୁ ହ୍ରାସ କରାଯାଇଥିଲା। ଆଉ ଦୁଇଦିନ ହେଲା ୪ଟି ଗେଟ୍ ଖୋଲାଥିବା ବେଳେ ଆଜି ସମସ୍ତ ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ଜଳସ୍ତର ୬୦୮.୪୫ ଫୁଟ ଥିବା ବେଳେ ଜଳଭଣ୍ଡାରକୁ ୭୭୩୮୪ କ୍ୟୁସେକ ଜଳ ପ୍ରବେଶ କରୁଛି। ସେପଟେ ଗତ ୨୪ ଘଣ୍ଟା ମଧ୍ଯରେ ଉପରମୁଣ୍ଡରେ ହାରାହାରି ୧.୬୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତଳମୁଣ୍ଡରେ ଆଦୌ ବର୍ଷା ହୋଇନଥିବା ନିୟନ୍ତ୍ରଣ କକ୍ଷରୁ ଜଣାପଡ଼ିଛି।