କାଲିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ | News Room Odisha

କାଲିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା – ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ଭିତରକନିକା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ଥିଲା।

ଆସନ୍ତାକାଲି ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତି ଚୂଡାନ୍ତ କରିଛି । ନୂଆ ଲୁଣା ନର୍ସରୀ , ସେଲ୍ଫି ପଏଣ୍ଟ , ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ ଲାଇବ୍ରେରୀ ଓ ବ୍ୟାଟେରୀ ବୋଟ ଆଦି ପ୍ରସ୍ତୁତ ରଖାଯାଇଛି। କଟେଜ୍, ମ୍ୟୁଜିୟମ, ବୋଟ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଭିତରକନିକାକୁ ଜଳପଥରେ ପ୍ରବେଶ କରି ହେବ। ସ୍ଥଳପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ରାତ୍ରି ଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ ବ୍ୟବସ୍ଥା କରାଯାଇଛି।