ଘର ଆଗରେ ଭିଡ଼ ନକରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପରାଜିତାଙ୍କ ଅପିଲ | News Room Odisha

ଘର ଆଗରେ ଭିଡ଼ ନକରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପରାଜିତାଙ୍କ ଅପିଲ

ଭୁବନେଶ୍ୱର – ଘର ଆଗରେ ଭିଡ ନକରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପିଲ୍ କରିଛନ୍ତି ଅଭିନେତ୍ରୀ ତଥା ଅଭିନେତା ବାବୁସାନଙ୍କ ମା’ ଅପରାଜିତା ମହାନ୍ତି । ଅପରାଜିତା ଅନୁରୋଧ କରି କହିଛନ୍ତି ଯେ, ସ୍ୱାମୀ ଉତ୍ତମ ମହାନ୍ତି ଏବଂ ତାଙ୍କ ବଡ ଭାଇଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଆମ୍ବୁଲାନ୍ସ ଆସିଲେ ଭିଡ ହୋଇପାରେ । ତାଙ୍କ ପାଇଁ ପଡୋଶୀ ମଧ୍ୟ ହଇରାଣ ହେଉଛନ୍ତି । ଘର ଆଗରେ ଗଣମାଧ୍ୟମ ପ୍ରତିନିଧି ଡେରା ପକାଇ ରହିଥିବାରୁ ସେ କବାଟ, ଝରକା ଖୋଲି ପାରୁନାହାନ୍ତି ବୋଲି କହିଛନ୍ତି ।

ବାବୁସାନ ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ ବିବାଦ ଦିନରୁ ଅପରାଜିତାଙ୍କ ଘର ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ବଢିଛି । ବାବୁସାନ ବିବାଦ ବାବଦରେ ଏଯାବତ କିଛି କହି ନଥିବାରୁ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି । ଗତକାଲି ବାବୁସାନଙ୍କର ଜନ୍ମଦିନ ଥିଲା । ଫ୍ୟାନଙ୍କ ସହ ଘର ଆଗରେ ବାବୁସାନ କେକ କାଟିଥିଲେ । କିନ୍ତୁ ତୃପ୍ତିଙ୍କ ସହ ବିବାଦ ବିଷୟରେ କିଛି କହି ନଥିଲେ।