ଖାଇବା ତେଲର ମାନ ଯାଞ୍ଚ ଲାଗି ସ୍ୱତନ୍ତ୍ର ଅଭିଯାନ, ଅପମିଶ୍ରଣ ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ | News Room Odisha

ଖାଇବା ତେଲର ମାନ ଯାଞ୍ଚ ଲାଗି ସ୍ୱତନ୍ତ୍ର ଅଭିଯାନ, ଅପମିଶ୍ରଣ ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର – ଖାଇବା ତେଲ ଅପମିଶ୍ରଣ ରୋକିବା ଲାଗି ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ରାଜ୍ଯ ଖାଦ୍ଯ ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ନିରାପତ୍ତା ଆୟୁକ୍ତ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ଜିଲ୍ଲା ଓ ମ୍ଯୁନିସିପାଲଟିରେ ଏହି ମେଗା ଅଭିଯାନ ଅଗଷ୍ଟ ୧୪ ତାରିଖ ଯାଏ ଚାଲିବ। ରାଜ୍ଯରୁ ମୋଟ ୧୨୬ଟି ଖାଇବା ତେଲ ନମୁନା ଯାଞ୍ଚ ପାଇଁ ପଠାଯିବ ବୋଲି ଖାଦ୍ଯ ନିରାପତ୍ତା ନିର୍ଦ୍ଦେଶକ ପି.କେ ମହାପାତ୍ର ସୂଚନା ଦେଇଛନ୍ତି। ଖାଇବା ତେଲ ଉତ୍ପାଦନକାରୀ ଓ ବ୍ରାଣ୍ଡ ଉପରେ ବିଶେଷ ନଜର ରଖା ଯିବ। ଅପମିଶ୍ରିତ ତେଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯିବ। ଅପମିଶ୍ରଣ ହୋଇଥିଲେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ୨ରୁ ୧୦ ଲକ୍ଷ ପର୍ଯ୍ଯନ୍ତ ଜରିମାନା ଆଦାୟ କରାଯିବ ବୋଲି ଖାଦ୍ଯ ନିରାପତ୍ତା ନିର୍ଦ୍ଦେଶକ କହିଛନ୍ତି।