ବଦଳିଲେ ବୌଦ୍ଧ ଓ ଦେବଗଡ ଜିଲ୍ଲା ଏସପି | News Room Odisha

ବଦଳିଲେ ବୌଦ୍ଧ ଓ ଦେବଗଡ ଜିଲ୍ଲା ଏସପି

ଭୁବନେଶ୍ବର- ଆଇପିଏସ୍‌ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହୋଇଛନ୍ତି ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଛି ।ସେହିପରି ଚିତ୍ତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସୁଦାମ ସାହୁ ପଦୋନ୍ନତି ପାଇ ଭୁବନେଶ୍ୱର-କଟକ କ୍ରାଇମ ଡିସିପି ହୋଇଛନ୍ତି।
ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସପି ଦାୟିତ୍ୱ ମିଳିଛି । କିଶୋର କୁମାର ପାଣିଗ୍ରାହୀଙ୍କୁ ଏସଟିଏଫ ଏସପି, ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଦାୟିତ୍ୱ ମିଳିଛି ।