ଡ୍ରପ ଆଉଟ୍ ରୋକିବାକୁ ପଦକ୍ଷେପ: ଅପଗ୍ରେଡ ହେବ ୧୦୦ ସ୍କୁଲ | News Room Odisha

ଡ୍ରପ ଆଉଟ୍ ରୋକିବାକୁ ପଦକ୍ଷେପ: ଅପଗ୍ରେଡ ହେବ ୧୦୦ ସ୍କୁଲ

ଭୁବନେଶ୍ୱର – ସ୍କୁଲ ଡ୍ରପ୍ ଆଉଟ୍ ରୋକିବାକୁ ପଦକ୍ଷେପ ସ୍ୱରୂପ ଆସନ୍ତା ଶିକ୍ଷାବର୍ଷରୁ ୧୦୦ଟି ହାଇସ୍କୁଲ ଅପଗ୍ରେଡ ହେବ । ବ୍ଲକ୍‌ରେ ଯୁକ୍ତ ଦୁଇ କଲେଜ ନଥିଲେ, ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ କରାଯିବ । ଯୁକ୍ତ ଦୁଇ କଲେଜ ନଥିବାରୁ ପିଲାମାନେ ପାଠ ଛାଡୁଛନ୍ତି । ଝିଅ ପିଲାଙ୍କ ପାଇଁ ବିଶେଷ ସୁବିଧା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।