ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲିପାଟଣା ଏଏସଆଇ | News Room Odisha

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲିପାଟଣା ଏଏସଆଇ

ବାଲିପାଟଣା – କମିସନରେଟ ପୋଲିସ ଅଧୀନସ୍ଥ ବାଲିପାଟଣା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଏକ ମାମଲା ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ। ଆଜି ଦିନ ୧୧ଟା ବେଳେ ସରକାରୀ କ୍ଵାର୍ଟରରେ ରହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ , ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ ଚଢ଼ାଉରେ ସାମିଲ ଥିଲେ।