ରାଜ୍ୟଗୋଷ୍ଠୀ କ୍ରୀଡା: ମୁରଲୀ ଶ୍ରୀଶଙ୍କର ଓ ସୁଧୀରଙ୍କ ଐତିହାସିକ ସଫଳତା | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ମୁରଲୀ ଶ୍ରୀଶଙ୍କର ଓ ସୁଧୀରଙ୍କ ଐତିହାସିକ ସଫଳତା

ବର୍ମିଂହାମ – ରାଜ୍ୟଗୋଷ୍ଠୀ କ୍ରୀଡାରେ ଗତକାଲି ଭାରତର ପଦକ ସଂଖ୍ୟା ବୃଦ୍ଧି ହୋଇଛି । ଐତିହାସିକ ଓ ଉଲ୍ଲେଖନୀୟ ସଫଳତା ବି ମିଳିଛି । ପୁରୁଷ ଲଙ୍ଗଜମ୍ପରେ ରୈ।ପ୍ୟ ପଦକ ଜିତିଛନ୍ତି ମୁରଲୀ ଶ୍ରୀଶଙ୍କର । ସେ ୮ ଦଶମିକ ୦୮ ମିଟର ଡିଆଁ ମାରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ଲଙ୍ଗଜମ୍ପରେ ରୈ।ପ୍ୟ ଜିତିବାରେ ଶ୍ରୀ ଶଙ୍କର ହେଉଛନ୍ତି ପ୍ରଥମ ଭାରତୀୟ। ଚଳିତ କ୍ରୀଡ଼ାର ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତର ଏହା ହେଉଛି ଦ୍ୱିତୀୟ ପଦକ ।

ପୁରୁଷ ହେଭିୱେଟ୍‌ ପାରା ପାୱାରଲିଫଟିଂରେ ୨୭ ବର୍ଷ ସୁଧୀର ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି । ଏ ଯାଏଁ
୬ ସ୍ବର୍ଣ୍ଣ, ୭ ରୌପ୍ୟ, ୭ କାଂସ୍ୟ ପଦକ ଜିତିଛି ଭାରତ ।