ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ | News Room Odisha

ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ

ବ୍ରହ୍ମପୁର – ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସାହୁଙ୍କ ୧୧ଟି ଠିକଣାରେ ଏକକାଳୀନ ଚଢ଼ାଉ ହୋଇଛି । ବ୍ରହ୍ମପୁର ଘର ସହ ଜନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମରେ ରେଡ ଚାଲିଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।