ରାଜ୍ୟସଭାରେ ତିନିଟି ବିଲ୍ ଆଗତ କଲେ ଡକ୍ଟର ସସ୍ମିତ ପାତ୍ର | News Room Odisha

ରାଜ୍ୟସଭାରେ ତିନିଟି ବିଲ୍ ଆଗତ କଲେ ଡକ୍ଟର ସସ୍ମିତ ପାତ୍ର

ନୂଆଦିଲ୍ଲୀ – ଆଜି ରାଜ୍ୟସଭାରେ ତିନିଟି ବିଲ୍‌ ଉପସ୍ଥାପନା କରିଛନ୍ତି ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଆଜି ଶୁକ୍ରବାର ପ୍ରାଇଭେଟ୍ ମେମ୍ବର୍ସ ବିଲ ଅନ୍ତର୍ଗତ ପ୍ରଥମେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ କଲ୍ୟାଣ ପାଣ୍ଠି ବିଲ୍ -୨୦୨୨ ଉପସ୍ଥାପନା କରିଥିଲେ ବିଜେଡି ରାଜ୍ୟସଭା ସଦସ୍ୟ । ବିଲ୍‌ରେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ ମଙ୍ଗଳ ପାଇଁ ଏକ ବୋର୍ଡ ଗଠନ କରିବା ପାଇଁ ବ୍ୟବସ୍ଥା ରହିଛି । ଦ୍ବିତୀୟରେ ମାନବ ଚାଲାଣ ନିରୋଧୀ, ସୁରକ୍ଷା ଏବଂ ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଲ୍‌ ଉପସ୍ଥାପନା କରିଥିଲେ ସସ୍ମିତ ।

ଏହି ବିଲ୍‌ରେ ମହିଳା ଓ ଶିଶୁ ଚାଲାଣ ରୋକିବା ସହ ସେମାନଙ୍କ ସୁରକ୍ଷା ଏବଂ ଥଇଥାନ ବ୍ୟବସ୍ଥା ରହିଛି । ଏଥିସହ ଦୋଷୀଙ୍କୁ କଡା ଦଣ୍ଡ ଦେବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ପରେ ସେ ରାଜ୍ୟ ପୁନର୍ଗଠନ କମିଶନ ବିଲ୍‌ ଉପସ୍ଥାପନା କରିଥିଲେ । ଏହାଦ୍ବାରା ଭାଷାଗତ, ସାଂସ୍କୃତିକ, ଆର୍ଥିକ ଏବଂ ପ୍ରାଶାସନିକ ଦୃଷ୍ଟିକୋଣରୁ ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟର ପୁର୍ନଗଠନ ପାଇଁ ଏକ କମିଶନ ଗଠନ ହେବ ।