ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ୫ ଲୁଟେରା ଗିରଫ | News Room Odisha

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ୫ ଲୁଟେରା ଗିରଫ

ବଲାଙ୍ଗୀର: ଖପ୍ରାଖୋଲ ପୋଲିସକୁ ସଫଳତା । ୫ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଏ ନେଇ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପାଟଣାଗଡ଼ ଏସଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।

ଖିତିସ ବେହେରା ନାମକ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଖପ୍ରାଖୋଲ-ପାଟଣାଗଡ଼ ରାସ୍ତା ଓଏଭି ସ୍କୁଲ ନିକଟରୁ ଲୁଟ୍ ହୋଇଥିଲା । ତିନି ଜଣ ଲୁଟେରା ଖିତିସଙ୍କ ଠାରୁ ଏକ ମୋବାଇଲ ଫୋନ୍, ଏକ ଟାବଲେଟ୍ ଓ ବିଭିନ୍ନ କାଗଜପତ୍ର ଲୁଟି ଫେରାର ହୋଇଯାଇଥିଲେ । ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଥାନା ଅଧିକାରୀଙ୍କ ନେତୃତ୍ବରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।
ଗିରଫ ଲୁଟେରାମାନେ ହେଲେ ପଟଣାଗଡ଼ ଥାନା କୁତମୁଣ୍ଡା ଗାଁର ପୁରନ୍ଦର କୁମ୍ଭାର, ମୁଣ୍ଡାପଲା ଗାଁର କେଶବ ବାରିକ, ଘୁନଘୁଟିପାଲି ଗାଁର ଗୋବିନ୍ଦ କାଲସାଏ, ଭାଲୁପିଟା ଗାଁର ତରଣୀ ଜଗଦଲା ଏବଂ ତୁଷୁରା ଥାନା ଅଞ୍ଚଳର ନାବାଳକ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଥିଲା ।

ଲୁଟେରାଙ୍କଠାରୁ ନଗଦ ୫୫୦୦ ଟଙ୍କା, ଲୁଟରେ ବ୍ୟବହାର ଏକ ବୁଲେଟ୍ ମୋଟର ସାଇକେଲ ଏକ କଲା ପଲସର ଏବଂ ସିଡ଼ି ଡିଲକ୍ସ ଜବତ ହୋଇଛି । ସେହିପରି ୬ ଏଲ.ଆର. ଦାମୀ କ୍ୟାମେରା ଜବତ କରିଛି ପୋଲିସ ୨ଟି ସାମସଙ୍ଗ ଟାବଲେଟ ସମେତ ୯ଟି ମୋବାଇଲ ପୋଲିସ ଜବତ କରିଥିବା ଜଣାପଡିଛି ।

ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନାରେ ୪ରୁ ଅଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ଗିରଫ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ରାଉରକେଲା ଜୁଭେନାଇଲ କୋର୍ଟକୁ ପଠା ଯାଇଥିବା ଜଣାପଡିଛି ।