ଯୁକ୍ତ ଦୁଇ ପରୀକ୍ଷା ଫଳ: ପାସ ହାର ୮୨ ଦଶମିକ ୧୦ ପ୍ରତିଶତ | News Room Odisha

ଯୁକ୍ତ ଦୁଇ ପରୀକ୍ଷା ଫଳ: ପାସ ହାର ୮୨ ଦଶମିକ ୧୦ ପ୍ରତିଶତ

ଭୁବନେଶ୍ୱର – ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।

କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ପାସ୍ କରିଛନ୍ତି ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୬୨, ୭୩୪, ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟରେ ୬୭, ୩୪୧ ପିଲା ପାସ୍ କରିଛନ୍ତି । ଏଥର ପାସ ହାର ରହିଛି ୮୨. ୧୦ ପ୍ରତିଶତ ।

୨ ଲକ୍ଷ ୮ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ
୧ ଲକ୍ଷ ୭୮ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି
ସନ୍ଧ୍ୟା ୫ଟା ପରେ ଓ୍ଵେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଖାେର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୭.୮୦ ପ୍ରତିଶତ ପାସ୍ ହାର ରହିଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୬୪.୧୬% ପିଲା ପାସ୍ କରିଛନ୍ତି ।