ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରନ୍ତୁ : ଗଣଶିକ୍ଷା ମନ୍ତ୍ରୀ | News Room Odisha

ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରନ୍ତୁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ବର ସ୍ଥିତ ଲେମୋନ ଟ୍ରି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଏକ ଦିନିକିଆ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି | ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ” 5T ” ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ , ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ସର୍ବପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଙ୍ଗୀନ ବିକାଶ କରିବା ନିମନ୍ତେ ସାମୁହିକ ପ୍ରଚେଷ୍ଟା ପାଇଁ ଆହ୍ବାନ ଦେଇଥିଲେ | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ଯେଉଁ ଆଶାଭରସା ରହିଛି ତାହାର ତ୍ଵରିତ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ଦାଶ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା , J – PAL ଓ Break Through ଟ୍ରଷ୍ଟ ଆନୁକୂଲ୍ୟରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଲିଙ୍ଗଗତ ସମାନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଏକ ଚୁକ୍ତି ( MOU ) ସ୍ବାକ୍ଷରିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଆଗାମୀ ଶିକ୍ଷା ବର୍ଷରୁ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଲିଙ୍ଗଗତ ସମାନତା ପାଠ୍ୟ କ୍ରମରେ ସାମିଲ କରାଯିବ | ବର୍ତ୍ତମାନ ପିଲାମାନଙ୍କୁ ଏକ ସହାୟକ ପୁସ୍ତିକା ମାଧ୍ୟମରେ ଲିଙ୍ଗଗତ ସମାନତା ପାଠ ଅଧ୍ୟୟନ କରିବେ |

କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳନା କରାଯିବ | Break Through ଓ J – PAL – ବୈଷୟିକ ଓ ଗବେଷଣା ସହାୟତା ଯୋଗାଇ ଦେବ ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ବାହାରେ ଥିବା , ଅଧାରୁ ପାଠ ଛାଡିଥିବା ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ ପାଇଁ ଏକ ପେଟିକାକୁ ମାନ୍ୟବର ମନ୍ତ୍ରୀ ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ କରାଯାଇଥିଲା |

କାର୍ଯ୍ୟକ୍ରମ ୧୦ଟି ଆକାଂକ୍ଷୀ ଜିଲ୍ଲା ଗୁଡିକରେ ୧୦୦ ଗୋଟି ବିଦ୍ୟାଳୟରେ ପ୍ରଚଳନ କରାଯାଇଛି , ଯାହାକି ବିଦ୍ୟାଳୟ ସମୟ ନିର୍ଘଣ୍ଟ ବାହାରେ କ୍ଲାସ ହେବାର ଯୋଜନା ରହିଛି | ଏହି ଅବସରରେ ” ଶିକ୍ଷଣ ଭରଣା ଯୋଜନା ” କାର୍ଯ୍ୟକ୍ରମର ପୁସ୍ତିକା ଓ ସଫ୍ଟଓୟାର ମଧ୍ୟ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ପିଲାମାନଙ୍କ ପାଇଁ ଲୋକାର୍ପିତ ହୋଇଥିଲା | ଏହା ଦ୍ବାରା ୪୩ , ୯୧ , ୨୮୭ ଛାତ୍ରଛାତ୍ରୀ ଉପକୃତ ହେବେ | ଉକ୍ତ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠି , ଶ୍ରୀ ଅନୁପମ ସାହା , ରାଜ୍ୟ ପ୍ରକଳ୍ପ ନିର୍ଦେଶକ , ଓସେପା , ଅତିରିକ୍ତ ଶାସନ ସଚିବ ତଥା ଅଧ୍ୟକ୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା , ଅଶ୍ୱିନୀ କୁମାର ମିଶ୍ର , ଅଧ୍ୟକ୍ଷ ମାଧ୍ୟମିକ ଶିକ୍ଷା ପରିଷଦ , ରାମଶିଷ ହାଜରା , ମାଧ୍ୟମିକ ଶିକ୍ଷା ନିର୍ଦେଶକ ସତ୍ୟ ରଞ୍ଜନ ସାହୁ , ପ୍ରାଥମିକ ଶିକ୍ଷା ନିର୍ଦେଶକ , ବୃନ୍ଦାବନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |

ଉକ୍ତ ସମ୍ମିଳନୀରେ ବିଭାଗୀୟ ବରିଷ୍ଠ ପଦାଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ୟାକାରୀ ପ୍ରମୁଖ ଉପସ୍ଥିତ ଥିଲେ | ପରିଶେଷରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ , ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ |