ରାଜ୍ୟରେ ୫ ଶହ ତଳକୁ ଖସିଗଲା ଦୈନିକ କୋରୋନା ସଂକ୍ରମଣ | News Room Odisha

ରାଜ୍ୟରେ ୫ ଶହ ତଳକୁ ଖସିଗଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ୫ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୮୭ ଜଣ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ ୨୮୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୩ , ବରଗଡ଼ରୁ ୧୨, ଭଦ୍ରକରୁ ୨ , ବଲାଙ୍ଗୀରରୁ ୧୧ , ବୌଦ୍ଧରୁ ୧୩ , କଟକରୁ ୩୧ , ଦେବଗଡ଼ରୁ ୩୯ , ଢେଙ୍କାନାଳରୁ ୨, ଗଜପତିରୁ ୬ , ଗଞ୍ଜାମରୁ ୭, ଜଗତସିଂହପୁରରୁ ୩, ଯାଜପୁରରୁ ୯ , ଝାରସୁଗୁଡ଼ାରୁ ୩ , କଳାହାଣ୍ଡି ଜିଲ୍ଲାରୁ ୨୧ , କନ୍ଧମାଳରୁ ୭ , କେନ୍ଦ୍ରାପଡ଼ାରୁ ୨ , କେଉଁଝରରୁ ୨, ଖୋର୍ଦ୍ଧାରୁ ୭୮, କୋରାପୁଟରୁ ୫ , ମୟୂରଭଞ୍ଜରୁ ୧୫ , ନବରଙ୍ଗପୁରରୁ ୬ , ନୟାଗଡ଼ ଜିଲ୍ଲାରୁ ୧୪ , ନୂଆପଡ଼ାରୁ ୧୫ , ପୁରୀରୁ ୧ , ରାୟଗଡ଼ାରୁ ୯ , ସମ୍ବଲପୁରରୁ ୩୯ , ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୧୩୭ ଓ ଷ୍ଟେଟପୁଲରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୦, ୦୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୦୫, ୨୬୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ୫୫୪୯ ସକ୍ରିୟ ସଂକ୍ରମିତ ଅଛନ୍ତି।