ଲଘୁଚାପ ପ୍ରଭାବ : ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ଅତି ପ୍ରବଳ ବର୍ଷା, କୋଷଗୁମୁଡାରେ ସର୍ବାଧିକ | News Room Odisha

ଲଘୁଚାପ ପ୍ରଭାବ : ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ଅତି ପ୍ରବଳ ବର୍ଷା, କୋଷଗୁମୁଡାରେ ସର୍ବାଧିକ

ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୪୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୧୬୧ ମିମି ବର୍ଷା ହୋଇଛି । ଭାପୁରରେ ୧୬୦.୨, ଛତ୍ରପୁରରେ ୧୪୨.୨, ନୂଆଗଡ଼ରେ ୧୪୧.୨ ମିମି ବର୍ଷା, ଭୁବନେଶ୍ୱରରେ ୭୬ ମିମି ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।