ଗୋପାଳପୁର ମତ୍ସ୍ୟଜୀବୀ ରମାୟା'ଙ୍କ ପାର୍ଥିବଶରୀର ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର | News Room Odisha

ଗୋପାଳପୁର ମତ୍ସ୍ୟଜୀବୀ ରମାୟା’ଙ୍କ ପାର୍ଥିବଶରୀର ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ୨୭ ବର୍ଷିୟ ବାସିନ୍ଦା ବୁଙ୍ଗା ରମାୟା ସୁଦୂର କେରଳରେ ଜଣେ ମତ୍ସ୍ୟଜୀବୀ ଭାବେ କାମ କରୁଥିଲେ । ସେ ମାଛ ଧରିବାକୁ ଯାଇଥିବା ସମୟରେ , ଦୁର୍ଭାଗ୍ୟବଶତଃ , ସେ ଥିବା ବୋଟ୍ ଟି ବୁଡିଯିବା କାରଣରୁ ରମାୟାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପରିବାର ସଦସ୍ୟ କୌଣସି ପ୍ରକାରେ ଚେଷ୍ଟା କରି ରମାୟାଙ୍କ ମୃତଦେହ କେରଳରୁ ବିମାନ ଯୋଗେ ଭୁବନେଶ୍ବରକୁ ଆଣିଥିଲେ ଏବଂ ସେମାନେ ଆର୍ଥିକ ଚାପରେ ଥିବାରୁ ରମାୟାଙ୍କ ମୃତଦେହ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ନେବାପାଇଁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗଞ୍ଜାମ ସ୍ଥିତ ତାଙ୍କ ଗ୍ରାମକୁ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଇଥିଲା । ଏହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ସ୍ବତନ୍ତ୍ର ଦାୟିତ୍ବରେ ଥିବା ଅଧିକାରୀ ଡକ୍ଟର ଗୋପବନ୍ଧୁ ଦାଶ , ସ୍ବାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ ( ଓଡ଼ିଶା ମୋ ପରିବାର ) ଏବଂ ଓଡ଼ିଶା ମୋ ପରିବାର ଟିମ୍ ପ୍ରମୁଖ ଭୁବନେଶ୍ବର ବିମାନବନ୍ଦରରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କ ଆଶ୍ବାସନା ଦେଇଥିଲେ ।