ହିନ୍ଦ ମଜଦୁର ସଭାର ରାଜ୍ଯ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର | News Room Odisha

ହିନ୍ଦ ମଜଦୁର ସଭାର ରାଜ୍ଯ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର

ସମ୍ବଲପୁର: ଆଜି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ହିନ୍ଦ ମଜଦୁର ସଭାର ଯୁବ ଶାଖାର ରାଜ୍ଯ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l

ହିନ୍ଦ ମଜଦୁର ସଭା ରାଜ୍ଯ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଦେଶ ତଥା ରାଜ୍ଯ ରେ ଦେଖାଦେଇଥିବା ସଂଗଠିତ ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l

ଏଥିରେ ଶ୍ରମ ଆଇନ କୁ ଶ୍ରମ କୋଡ୍ ରେ ପରିବର୍ତ୍ତନ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇକରଣ କୁ ପ୍ରୋତ୍ସାହନ ଦେବା, ଭୁଲ ଅର୍ଥନୈତିକ ନିଷ୍ପତ୍ତି ଯୋଗୁଁ ଭାରତ ବର୍ଷରେ ବୃଦ୍ଧି ହେଉଥିବା ବେକାରୀ, ନିତ୍ୟବ୍ୟବହାର୍ଯ୍ୟ ସମାଗ୍ରୀ ଉପରେ ଅହେତୁକ ଦରଦାମ୍ ବୃଦ୍ଧି କରିବା, ନୂତନ ସର୍ବନିମ୍ନ ମଜୁରି ବୃଦ୍ଧି ଲାଗୁ କରିବା, ଶିଳ୍ପ ସଂସ୍ଥା ସହିତ ଶ୍ରମିକ ସଂଗଠନ ମାନଙ୍କ ଦିର୍ଘ ମିଆଦି ଚୁକ୍ତିନାମା ନିର୍ଘଣ୍ଟ ସମୟରେ ସ୍ୱାକ୍ଷରିତ କରିବା ପାଇଁ ଦୃଢ଼ ଆଇନ୍ ପ୍ରଣୟନ କରିବା, ଜୀ ଏସ୍ ଟି ପ୍ରତ୍ୟାହାର ଆଦି ଦାବିରେ ସମଗ୍ର ଓଡ଼ିଶାରେ ଏଚ୍ ଏମ୍ ଏସ୍ ପକ୍ଷରୁ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l

ଏହି ସଭାରେ ରାଜ୍ଯ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କାର୍ଯ୍ୟକ୍ରମ କୁ ଉଦଘାଟନ କରି ନିର୍ମାଣ ଶ୍ରମିକ ମାନଙ୍କ ପଞ୍ଜୀକରଣ ବ୍ୟବସ୍ଥା କୁ ସରଳୀକରଣ କରିବା ସହ ୧୫୦ ସହକାରୀ ଶ୍ରମ ଅଧିକାରୀ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରିଥିଲେ l ମୁଖ୍ୟଅତିଥି ଭାବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ୍ ପୂଜାରୀ କେନ୍ଦୁପତ୍ର ରେ ଲାଗିଥିବା ଜୀ ଏସ୍ ଟି ପ୍ରତ୍ୟାହାର ପାଇଁ ଚାପ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ କୁଚିଣ୍ଡା ବିଧାୟକ କିଶୋର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷl କୁମୁଦିନି ନାୟକ ପ୍ରମୂଖ ଉପସ୍ଥିତ ରହି ଶ୍ରମିକ ମାନଙ୍କ ବିଭିନ୍ନ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତ ପ୍ରକାଶ କରିଥିଲେ l ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ପ୍ରୋଫେସର ବିନୋଦ ଷଡଙ୍ଗୀ, ଉପ ସାଧାରଣ ସମ୍ପାଦକ ଗୋକୁଳ ମେହେର, ଲକ୍ଷ୍ମୀଧର ସାହୁ, ଯୁବ ସଭାପତି ବିଜୟ ପତି, ରାଜ୍ଯ ସମ୍ପାଦକ ମହମ୍ମଦ୍ ମୃତ୍ୟୁଯl, ସଞ୍ଜିତ୍ ମହାନ୍ତି, ଅନାଦି ସାହୁ, ଉପସଭାପତି ଦିନବନ୍ଧୁ ବେହେରା, ଦିଗମ୍ବର ମହାନ୍ତି, ରାଜେନ୍ଦ୍ର ଦାସ, ସଂଯୁକ୍ତା ମlହଲ, ଶିବାନନ୍ଦ ପରିଛା, ଜ୍ଞାନେନ୍ଦ୍ର ଦାସ, କ୍ଷେତ୍ର ଚନ୍ଦ୍ର ବାରିକ, କୁଳମଣି ଦାସ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ଯୁବ ସଭାପତି ଲକ୍ଷ୍ମି ମହାପାତ୍ର, ଏନ୍ ଗୋପାଳ, ସତ୍ୟ ତ୍ରିପାଠୀ, ଦୁର୍ଯ୍ୟଧନ ମହାନ୍ତି, ରୋଶନ ସିଂ, ବଳରାମ ଦାସ, ଯୋଗେନ୍ଦ୍ର ବେହେରା, ସଂଜୀବ ପ୍ରଧାନ, ମିଲନ ହୋତା, ସରୋଜ ଧଳ, ପ୍ରେମାନନ୍ଦ ମିଶ୍ର,ସୁମିତ ପଟେଲ, ଚୁମନ ପ୍ରଧାନ, ସାକ୍ଷୀର ଖାଁ, ବବିତା ବଡପଣ୍ଡା, ତପନ ପ୍ରଧାନ, ଉଦିତ୍ ତ୍ରିପାଠୀ, ରୁଦ୍ରାଣୀ ନାଥ, ଗୋପାଳ ସୀତାନି, ଖଗେନ୍ଦ୍ର ବେହେରା, କିଶୋର ପ୍ରଧାନ, ଜିଲାପରିଷଦ ସଭ୍ୟ ଅଜିତ ମହାପାତ୍ର, ଜିଲାପରିଷଦ ସଭ୍ୟ କୃଷ୍ଣ ତପୋ, ଜିଲ୍ଲାପରିଷଦ ସଭ୍ଯ ଦେବନାରାୟଣତିୱାରୀ, ଧର୍ମରାଜ୍ ମରେଇ, ପ୍ରଶାନ୍ତ ଥାପା, ପ୍ରମୂଖ ଓଡ଼ିଶାର ୧୦୯ ସଂଗଠନ ର ପ୍ରତିନିଧି ଉପସ୍ଥିତ ଥିଲେ l ଆଗାମୀ ଦିନରେ ହିନ୍ଦ ମଜଦୁର ସଭା ପକ୍ଷରୁ ନୁତନ ରାଜ୍ୟ କମିଟି ଏବଂ ଜିଲ୍ଲା ଓ ବ୍ଲକ କମିଟି ଗଠନ ପାଇଁ ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ସଭା ଶେଷରେ ଭୂପେନ୍ଦ୍ର ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l