ଓଲଟିଲା ତୀର୍ଥଯାତ୍ରୀ ବସ୍, ,୩୦ରୁ ଅଧିକ ଯାତ୍ରୀ ଆହତ | News Room Odisha

ଓଲଟିଲା ତୀର୍ଥଯାତ୍ରୀ ବସ୍, ,୩୦ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ଵର- ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ବାଲେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ତୀର୍ଥଯାତ୍ରୀ ବସ୍ ଓଲଟି ପଡିବାରୁ
୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମମତାଜ ନାମକ ବସଟି ପଶ୍ଚିମବଙ୍ଗ ଚବିଶପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଯାଉଥିଲା । ବସରେ ଥିବା ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। ଗୁରୁତର ଆହତ ୭ ଜଣଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।