ବ୍ରହ୍ମପୁରରେ ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା, ମରାଠୀ ବ୍ୟକ୍ତି ଗିରଫ | News Room Odisha

ବ୍ରହ୍ମପୁରରେ ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା, ମରାଠୀ ବ୍ୟକ୍ତି ଗିରଫ

ବ୍ରହ୍ମପୁର – ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା ଓ ନଗଦ ଟଙ୍କା । ବିନା ଜିଏସଟିରେ ବଡ଼ ଧରଣର ସୁନା କିଣାବିକା ରାକେଟ୍ ଠାବ ହୋଇଛି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଯାଞ୍ଚ କରାଯାଇଥିଲା । ଏଥିରେ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ରର ଭରତ ଗୋଖେ ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଛି । ତାଙ୍କଠାରୁ ନଗଦ ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଭରତ ଗୋଖେଙ୍କୁ ପଚରାଉଚରା ବେଳେ ଏହି ଲିଙ୍କରେ ୨୨ଟି ସୁନା ବିସ୍କୁଟ ଠାବ କରିଛି ପୋଲିସ । ଏତେ ପରିମାଣର ଟଙ୍କା ଓ ସୁନା ମିଳିବା ପରେ ପୋଲିସ, ଆୟକର ବିଭାଗ ଓ ବିକ୍ରିକର ବିଭାଗକୁ ଯୋଗାଯୋଗ କରି ଖୋଳତାଡ ଆରମ୍ଭ କରିଛି ।