ନିଷ୍ପତ୍ତିରେ ପରିବର୍ତ୍ତନ: ସ୍ୱାଧୀନତା ଦିବସ ଉତ୍ସବରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ | News Room Odisha

ନିଷ୍ପତ୍ତିରେ ପରିବର୍ତ୍ତନ: ସ୍ୱାଧୀନତା ଦିବସ ଉତ୍ସବରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର – ସ୍ୱାଧୀନତା ଦିବସରେ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ଛାତ୍ରଛାତ୍ରୀ ସାମିଲ ହେବେ । ଏ ନେଇ ପୂର୍ବ ନିଷ୍ପତ୍ତି ବଦଳିଛି । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ସାମିଲ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଦେଇଛନ୍ତି।

ମହାମାରୀ କରୋନା ଯୋଗୁଁ ଗତ ୨ ବର୍ଷ ହେଲା ସ୍ୱାଧୀନତା ଦିବସରେ ପିଲାମାନେ ସାମିଲ ହୋଇପାରୁନଥିଲେ। କେବଳ ଶିକ୍ଷକମାନେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ।