ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ | News Room Odisha

ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ

ନୂଆଦିଲ୍ଲୀ- ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜଗଦୀପ ଧନଖଡ । ରାଷ୍ଟ୍ରପତି ଭବନରେ ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଦିନ ସାଢେ ୧୨ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ଏହିମାସ ୬ ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିପୁଳ ବିଜୟ ହାସଲ କରିଥିଲେ । ୫୨୮ ଭୋଟ ସହ ଜଗଦୀପ ଧନଖଡ ବିଜୟୀ ହୋଇଥିଲେ । ସେପଟେ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ମିଳିଥିଲା ମାତ୍ର ୧୨୮ ଖଣ୍ଡ ଭୋଟ୍ ।

ଏମ. ଭେଙ୍କେୟା ନାଇଡୁଙ୍କ ସ୍ଥାନ ନେବେ ଜଗଦୀପ ଧନଖଡ ।