ରକ୍ଷା ବନ୍ଧନ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | News Room Odisha

ରକ୍ଷା ବନ୍ଧନ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ – ପବିତ୍ର ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ, ରକ୍ଷା ବନ୍ଧନ ଭାଇ ପ୍ରତି ଭଉଣୀର ଭଲପାଇବା ଓ ସ୍ନେହର ଅଭିବ୍ୟକ୍ତି। ଏହା ସେମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦୋହରାଇବାର ଅବସର। ସ୍ୱତଃସ୍ଫୂର୍ତ୍ତ ଭଲପାଇବା ଓ ପରିପୂରକତାର ପ୍ରତୀକ ରକ୍ଷା ବନ୍ଧନ ଲୋକଙ୍କୁ ଆପଣାର କରିଥାଏ। ଭାଇ ଓ ଭଉଣୀ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଏହି ପର୍ବ ସମାଜରେ ମହିଳାମାନଙ୍କ ପ୍ରତି ସଦ୍ଭାବ ଓ ସମ୍ମାନକୁ ପ୍ରୋତ୍ସାହିତ କରୁ ବୋଲି କାମନା କରିଛନ୍ତି ରାଷ୍ଟ୍ରପତି।