ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର -ଭାରତରେ ମହାକାଶ ଗବେଷଣା କାର୍ଯ୍ୟକ୍ରମର ଜନକ ବିଶିଷ୍ଟ ବୈଜ୍ଞାନିକ ପଦ୍ମବିଭୂଷଣ ବିକ୍ରମ ସାରାଭାଇଙ୍କ ଆଜି ଜୟନ୍ତୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାକାଶ ବିଜ୍ଞାନରେ ସାରାଭାଇଙ୍କ ଉଲ୍ଲେଖନୀୟ ଅବଦାନ ପ୍ରେରଣା ହୋଇ ରହିଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତରେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ଗଠନରେ ସାରାଭାଇଙ୍କ ଅଗ୍ରଣୀ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।