ରାଜ୍ୟରେ ଆଉ ୫୮୩ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୫୮୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ନିମ୍ନଗତି ଜାରି ରହିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୮୩ ନୂଆ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୩୪୦ ଓ ସ୍ଥାନୀୟ ଅଞ୍ଚଳରୁ ୨୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବରରୁ ୧୦, ବରଗଡ଼ରୁ ୨୨, ଭଦ୍ରକରୁ ୨, ବଲାଙ୍ଗିରରୁ ୩୬, ବୈ।ଦ୍ଧରୁ ୫, କଟକରୁ ୧୪, ଦେବଗଡରୁ ୪, ଗଜପତିରୁ ୬, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୭୭, କୋରାପୁଟରୁ ୨, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୩୮, ପୁରୀରୁ ୧, ରାୟଗଡ଼ାରୁ ୯, ସମ୍ବଲପୁରରୁ ୨୨, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ସର୍ବାଧିକ ୧୩୭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୧୭ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୪ ହଜାର ୪୦୭ ରହିଛି।