ସଂପ୍ରସାରିତ ହେବ ମିଲେଟ ମିଶନ : ୧୯ ଜିଲ୍ଲାର ୧୪୨ ବ୍ଲକରେ ହେବ କାର୍ଯ୍ୟକାରୀ | News Room Odisha

ସଂପ୍ରସାରିତ ହେବ ମିଲେଟ ମିଶନ : ୧୯ ଜିଲ୍ଲାର ୧୪୨ ବ୍ଲକରେ ହେବ କାର୍ଯ୍ୟକାରୀ

ଭୁବନେଶ୍ୱର – ରାଜ୍ୟ ସରକାର ଓଡ଼ିଶା ମିଲେଟ୍ ମିଶନର ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏଣିକି ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ ମିଶନ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ୬ ବର୍ଷରେ ମୋଟ ୨୮୦୮.୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଓଡ଼ିଶାର ଆଦିବାସୀ ଅଂଚଳରେ ଚାଷ ଜମି ଓ ଖାଦ୍ୟ ପ୍ରଣାଳୀରେ ପୁଷ୍ଟିଶସ୍ୟର ପୁନଃପ୍ରଚଳନ ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ମିଲେଟ୍ ମିଶନ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୨୦୧୭ରୁ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ାର ୩୦ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ ହୋଇଥିଲା । ୨୦୨୨-୨୩ରୁ ମୋଟ ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ ନିମନ୍ତେ ଓଡ଼ିଶା ସରକାର ଆଗାମୀ ୬ ବର୍ଷ ପାଇଁ ୨୮୦୮.୩୯କୋଟି ଟଙ୍କ ଖର୍ଚ୍ଚ କରିବେ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛି ।