କ୍ୟାବିନେଟ ନିଷ୍ପତ୍ତି : ଓଡ଼ିଶା ରାଜସ୍ୱ ସେବା କ୍ୟାଡରରେ ସୃଷ୍ଟି କରାଯିବ ଅତିରିକ୍ତ ପଦବୀ | News Room Odisha

କ୍ୟାବିନେଟ ନିଷ୍ପତ୍ତି : ଓଡ଼ିଶା ରାଜସ୍ୱ ସେବା କ୍ୟାଡରରେ ସୃଷ୍ଟି କରାଯିବ ଅତିରିକ୍ତ ପଦବୀ

ଭୁବନେଶ୍ୱର- ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଅତିରିକ୍ତ ପଦବୀ ସୃଷ୍ଟି ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଏବେ ରାଜସ୍ୱ ସେବା କ୍ୟାଡ଼ର(ଗ୍ରୁପ-ବି)ରେ ମୋଟ ୧୦୯୨ଟି ପଦବୀ ରହିଛି । ସେଥିରୁ ୭୯ଟି ପଦବୀ ଛୁଟି, ଡେପୁଟେସନ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି । ବିଭିନ୍ନ ବିଭାଗ, ପିଏସୟୁ ଓ ସରକାରୀ ଏଜେନ୍ସୀଗୁଡ଼ିକର ଆବଶ୍ୟକତା ଅନୁସାରେ ଉକ୍ତ ପଦବୀ ମଧ୍ୟରୁ ସେମାନଙ୍କୁ ସେବା ଯୋଗାଇବା ପର୍ଯ୍ୟାପ୍ତ ହେଉନି । ଏହାବ୍ୟତୀତ ସମ୍ବେଦନଶୀଳ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜିକରଣ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ, ରାଜସ୍ୱ ପର୍ଷଦରେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଏସବୁ ଆବଶ୍ୟକତା ପୂରଣ ନିମନ୍ତେ ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଆଉ ୧୯୮ଟି ପଦବୀ ସୃଷ୍ଟି ସଂପର୍କିତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି। ଫଳରେ ଓଡ଼ିଶା ରାଜସ୍ୱ ସେବାରେ ମୋଟ କ୍ୟାଡ଼ର ପଦବୀ ସଂଖ୍ୟା ୧୨୯୦କୁ ବୃଦ୍ଧି ପାଇବ ।