ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଏସଆରସି | News Room Odisha

ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଏସଆରସି

ଭୁବନେଶ୍ବର – ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା। ପୂର୍ବରୁ ୨୦୧୯ରେ ମଧ୍ୟମ ଧରଣର ବନ୍ୟା ଆସିଥିଲେ ମଧ୍ୟ ବିଶେଷ କିଛି କ୍ଷତି ହୋଇନଥିଲା । ତଥାପି ଏଥର ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି ।

ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଜଳକାରେ ଏହା ସ୍ୱାଭାବିକ ସ୍ଥିତି। ଦକ୍ଷିଣ ଓଡ଼ିଶାରେ ସେମିତି ବନ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ।

ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ଅଛି ।
ଆସନ୍ତାକାଲି ମୁଣ୍ଡଳୀଠାରେ ସର୍ବାଧିକ ଜଳ ପ୍ରବାହିତ ହେବ । ୨୦୧୯ରେ ବି ସମପରିମାରଣ ବନ୍ୟା ଜଳ ମୁଣ୍ଡୁଳୀ ଅତିକ୍ରମ କରିଥିଲା ।