୭୬ତମ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା | News Room Odisha

୭୬ତମ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର – ୭୬ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗୌରବର ମୁହୂର୍ତ୍ତ। ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଛି। ବିକାଶର ଧାରାକୁ ବଜାୟ ରଖି ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଏକ ହୋଇ ଆଗକୁ ବଢ଼ିବ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।