ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ଜଣେ ଯୁବକକୁ ହତ୍ୟା କରାଯାଇଛି । ଏହି ଘଟଣାଟି ନିଜ ମାଆ ସମ୍ମୁଖରେ ଘଟିଛି । ହତ୍ୟାକାରୀମାନେ ପୁଅକୁ ଏକ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ଅଜୁ ଦୋରା ।
ସକାଳୁ ମାଆ ପୁଅ ସ୍କୁଟିରେ ହସ୍ପିଟାଲ ନିକଟରେ ଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହତ୍ୟାର କାରଣ ପୂର୍ବଶତ୍ରୁତା ବୋଲି ସନ୍ଦେହ କରାଯାଉଛି । ଟାଉନଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।