ବନ୍ୟା ଜଳର ପିକ୍ ଫ୍ଲୋ ଆରମ୍ଭ: ଏସଆରସି | News Room Odisha

ବନ୍ୟା ଜଳର ପିକ୍ ଫ୍ଲୋ ଆରମ୍ଭ: ଏସଆରସି

ଭୁବନେଶ୍ୱର – ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା ଅନୁସାରେ ଆଜି ସଂଧ୍ୟା ୬ଟାରୁ ବନ୍ୟା ଜଳର ପିକ୍ ଫ୍ଲୋ ଆରମ୍ଭ ହୋଇଛି । ମୁଣ୍ଡଳୀ ପାଖରେ ଏହା ୬ରୁ ୭ ଘଣ୍ଟା ରହିବ ବୋଲି ଅନୁମାନ କରାଯାଉଛି।

ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ପିକ୍ ଫ୍ଲୋ ରାତି ୩ଟା ଯାଏଁ ରହିବ । ବୁଧବାର ସନ୍ଧ୍ୟା ୬ଟାରୁ ୯ଟା ମଧ୍ୟରେ ପିକ୍‌ ଫ୍ଲୋ ସମୁଦ୍ରକୁ ଯିବ । ବନ୍ୟା ଯୋଗୁଁ ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ, ୧୩୬୬ଟି ଗାଁ ପ୍ରଭାବିତ ହୋଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୨୩୭ଟି ଗାଁର ୧ ଲକ୍ଷ ୨୦ ହଜାର ଲୋକ ଜଳଘେରୀରେ ରହିଛନ୍ତି । ୨୬ରୁ ୨୭ ହଜାର ଲୋକଙ୍କୁ ମାଗଣା ଖାଇବା ଦିଆଯାଉଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ୭୦୭ଟି ଘର ଭାଙ୍ଗିଥିବାର ସୂଚନା ମିଳିଛି ।