ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ସହାୟତା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର | News Room Odisha

ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ସହାୟତା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

ଭୁବନେଶ୍ବର – ରାଜ୍ୟରେ ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଯେ କୌଣସି ସମୟରେ ଚାଷୀଙ୍କୁ ସହାୟତା ପାଇଁ କୃଷି ହେଲ୍ପ ଲାଇନ ଟୋଲ ଫ୍ରି ନମ୍ବର -୧୫୫୫୩୩୩ ଜାରି କରାଯାଇଛି। ଏଥିରେ ଚାଷୀମାନେ ଧାନ ସହିତ ମକା, ଡାଲିଜାତୀୟ, ଚିନାବାଦାମ, କପା ଫସଲର ସୁରକ୍ଷା ପାଇଁ ବିସ୍ତୃତ ପରାମର୍ଶ ପାଇପାରିବେ। ବନ୍ୟା ପରିସ୍ଥିତି, ଫସଲ ସ୍ଥିତି ସମ୍ପର୍କରେ ଅବଗତ କରାଇବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ହୋଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ବିକଳ୍ପ ଚାଷ ପାଇଁ କଣ୍ଟିଜେନ୍ସି ପ୍ଲାନ ଏ‌ହି ମାସ ୨୨ ତାରିଖ ସୁଦ୍ଧା ଦାଖଲ ପାଇଁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ।