ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି | News Room Odisha

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି

ଭୁବ‌ନେଶ୍ବର -ରାଜ୍ୟରେ କୋରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧ କେନ୍ଦ୍ରରୁ ୨୮୩ ଓ ସ୍ଥାନୀୟ ଅଞ୍ଚଳରୁ ୧୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ବରରୁ ୯ , ବରଗଡ଼ରୁ ୯ , ଭଦ୍ରକରୁ ୨ , ବଲାଙ୍ଗୀରରୁ ୨୪ , ବୌଦ୍ଧରୁ ୩୭ , କଟକରୁ ୧୬ , ଦେବଗଡ଼ରୁ ୪ , ଗଜପତିରୁ ୬ , ଜଗତସିଂହପୁରରୁ ୨ , ଯାଜପୁରରୁ ୧୦ , ଝାରସୁଗୁଡ଼ାରୁ ୮ , କଳାହାଣ୍ଡିରୁ ୧୬ , କନ୍ଧମାଳରୁ ୭ , କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୧୦ , ଖୋର୍ଦ୍ଧାରୁ ୭୧ , କୋରାପୁଟରୁ ୫ , ମୟୂରଭଞ୍ଜରୁ ୧୭ , ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୧ , ନୂଆପଡ଼ାରୁ ୧୭ , ପୁରୀରୁ ୫ , ରାୟଗଡ଼ାରୁ ୫ , ସମ୍ବଲପୁରରୁ ୨୬ , ସୋନପୁରରୁ ୭ ଓ ଷ୍ଟେଟ୍‌ପୁଲ୍‌ରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୯୦୯ ରହିଛି।