ଆଜି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି | News Room Odisha

ଆଜି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି

ଭୁବନେଶ୍ୱର – ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଥିବା ବେଳେ ହୀରାକୁଦରୁ ଛଡ଼ାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପାଣି ଆଜି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ । ବର୍ତ୍ତମାନ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ପାଣି ପହଞ୍ଚିଲା ବେଳକୁ ଏହି ଟ୍ରେଣ୍ଡ ଜାରି ରହିବ ଅର୍ଥାତ ସମାନ ପରିମାଣର ଜଳ ପ୍ରବାହିତ ହେବ । ତେବେ ଏହା ପରେ ମୁଣ୍ଡଳିରେ ୮ ରୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାବିତ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ଚଳିତ ବନ୍ୟା ଯୋଗୁ ବର୍ତ୍ତମାନ ରାଜ୍ୟରେ ୭ଟି ଘାଇ ସୃଷ୍ଟି ହୋଇଛି । ଏହାର ମରାମତି ଯୁଦ୍ଧକାଳୀନ ଭିତରେ କରାଯିବ । ଧିରେଧିରେ ବିଭିନ୍ନ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣ ଆସୁଛି ବୋଲି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।