ଭୁବନେଶ୍ୱର -କମୁଛି ହୀରାକୁଦର ଜଳସ୍ତର। ଆଜି ହୀରାକୁଦର ଡ୍ୟାମର ୮ଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଦିଆଯାଇଛି । ଏବେ ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଉଛି ।ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ଫୁଟରେ ରହିଛି ହୀରାକୁଦ ଜଳସ୍ତର । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୬୩ ହଜାର ୭୭୧ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।