ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ | News Room Odisha

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ପ୍ରଥମ ପର୍ଯ୍ୟାୟ ନାମଲେଖା ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ । ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରାଯାଇପାରିବ । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ ।

ଦ୍ଵିତୀୟ ପର୍ଯ୍ୟାୟ ପରେ ବଳକା ସିଟର ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ସ୍ପଟ୍ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ନାମଲେଖା ପାଇଁ ପଞ୍ଜିକରଣ କରିବା ପରେ ୧୫ ତାରିଖରେ ଫାଇନାଲ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ସେପ୍ଟେମ୍ବର ୧୫ ଓ ୧୬ରେ ହେବ ।୧୭ ତାରିଖ ସଂଧ୍ୟା ୬ଟାରେ ପିଲାଙ୍କ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ପୋର୍ଟାଲରେ ଜାରି ହେବ ।

ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ନାମ ଲେଖାଇବେ। ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ। ସେହିପରି ଏକ ଘଣ୍ଟାରେ ୧୫ ଜଣ ଆବେଦନକାରୀଙ୍କ ନାମଲେଖା ହେବ। ପିଲାଙ୍କ ନାମଲେଖା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି।